ଆଇନ ମନ୍ତ୍ରୀଙ୍କୁ ଭେଟିଲେ ଦିଲ୍ଲୀପ ରାୟ; ରାଜ୍ୟସଭା ନିର୍ବାଚନ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ୱର (ରାଜ୍ୟକାହାଣୀ )ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲ୍ଲୀପ ରାୟ। ଉଭୟଙ୍କ ମଧ୍ୟରେ ଅଧଘଣ୍ଟାରୁ ଅଧିକ ସମୟ ଆଲୋଚନା ହୋଇଥିବା ଜଣା ପଡ଼ିଛି।ଦିଲ୍ଲୀପଙ୍କ ସହ ପାରିବାରିକ ସମ୍ପର୍କ ରହଥିବା ଆଇନ ମନ୍ତ୍ରୀ କହିଛନ୍ତି। ଆଉ ତାଙ୍କର ଏହି ଭେଟଘାଟ ପରେ ରାଜ୍ୟସଭା ନିର୍ବାଚନକୁ ନେଇ ଚର୍ଚ୍ଚା ବଢ଼ିଛି । ବର୍ତ୍ତମାନର ରାଜନୈତିକ ସ୍ଥିତିରେ ଚତୁର୍ଥ ଆସନଟିରେ ବିଜେପିର ପ୍ରାର୍ଥୀ କିମ୍ବା ବିଜେପି ଦ୍ବାରା ମନୋନୀତ ସ୍ବାଧୀନ ପ୍ରାର୍ଥୀ ହିଁ ଜିତିବେ, ଏହା ସ୍ପଷ୍ଟ । କାରଣ ବିଜେଡି ଓ କଂଗ୍ରେସ ମିଳିତ ଭାବେ ପ୍ରାର୍ଥୀ ଦେବାର ସମ୍ଭାବନା କ୍ଷୀଣ। ଚାରି ସାଂସଦ ମୁନା ଖାନ୍, ନିରଞ୍ଜନ ବିଶି, ମମତା ମହାନ୍ତ ଓ ସୁଜିତ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ୍‌ ୨ ତାରିଖରେ ଶେଷ ହେଉଛି। ତାହା ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ମାସରେ ନିର୍ବାଚନ ହେବ। ବର୍ତ୍ତମାନ ବିଧାନସଭାରେ ବିଜେପିର ୭୯ ବିଧାୟକ ଓ ୩ ସହଯୋଗୀ ସ୍ବାଧୀନ ବିଧାୟକ ଅଛନ୍ତି। ବିଜେଡିର ୪୮, କଂଗ୍ରେସର ୧୪ ଓ ସିପିଆଇ(ଏମ୍‌)ର ଜଣେ ବିଧାୟକ ଅଛନ୍ତି। ଏମାନଙ୍କ ବାଦ୍ ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ଅଛନ୍ତି।

You might also like