ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ

ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ ହୋଇଛି । ଗିରଫ ହେବା ପରେ ସାର୍ପ ସୁଟର୍ କୁରୁପତିକୁ ଅଜ୍ଞାତ ସ୍ଥାନରେ ମାରାଥନ୍ ଜେରା କରାଯାଇଛି । ଖବର ଅନୁଯାୟୀ, ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁନୀଲ ହୋତା। ଅଭିଯୁକ୍ତମାନଙ୍କୁ ଜୟପୁରର ଏକ ଫାର୍ମ ହାଉସରେ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସୁନୀଲଙ୍କୁ କୋର୍ଟ ଚାଲାଣ ପରେ ଜେଲ୍‌ ପଠାଯାଇଛି ଏବଂ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୧୩ରେ ପହଞ୍ଚିଛି। ଅନ୍ୟ ତିନିଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି।

You might also like