ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ।

ରାଜ୍ୟ କାହାଣୀ (ଭୁବନେଶ୍ୱର )

ପୁଣି ଚର୍ଚ୍ଚାକୁ ଆସିଛନ୍ତି ଅର୍ଚ୍ଚନା ନାଗ । ଚର୍ଚ୍ଚାର କାରଣ ହେଉଛି ନିଜ ତଥା ତାଙ୍କ ପୁଅ ଉପରେ ହୋଇଥିବା ଆକ୍ରମଣ । ଅର୍ଚ୍ଚନା ନାଗଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସେ । ତେବେ ଜଗବନ୍ଧୁଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଜଗବନ୍ଧୁଙ୍କୁ ପୋଲିସ ଉଠାଇ ନେଇଛି। ଏହା ସହ ଜଗବନ୍ଧୁଙ୍କ ପାଖରୁ ଗୋଟିଏ ଛୁରି ଜବତ ହୋଇଥିବା ସୂଚନା ମିଳିଛି। ରାତିରେ ଜୋରଜବରଦସ୍ତ ଘରେ ପଶିବାକୁ ଚେଷ୍ଟା କରୁଥିଲେ ସ୍ବାମୀ। ସେହି ସମୟରେ ଅର୍ଚ୍ଚନା ତାଙ୍କୁ ଏଠାକୁ କାହିିଁକି ଆସିଲ ବୋଲି ପଚାରିଥିଲେ। ଏପିରିକି ପିସିଆର୍‌କୁ ଡାକିବାକୁ ଧମକ ଦେଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ପ୍ରକାଶଥାଉ ଯେ, ଏବେ ବହୁ ଚର୍ଚ୍ଚିତ ସ୍ୱାମୀ-ସ୍ତ୍ରୀ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଛାଡ଼ପତ୍ର ମାମଲା ମଧ୍ଯ ଚାଲିଛି । ତେବେ କାହିଁକି ଏ ଆକ୍ରମଣ ସହ ହତ୍ୟା ଉଦ୍ୟମ କରାଯାଇଛି ଅର୍ଚ୍ଚନାଙ୍କୁ ତାହା ଏଯାଏଁ ସ୍ପଷ୍ଟ ହୋଇ ପାରି ନାହିଁ ।

You might also like