ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇର ଇନ୍ଦିରା ଡକ୍‌ରେ ଉଦଘାଟନ କରିବେ ମୁମ୍ବାଇ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ । ଏହି ଟର୍ମିନାଲଟି ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ କରିବା ପାଇଁ ନିର୍ମିତ ହୋଇଛି।ଏହା ଭାରତର ସର୍ବବୃହତ କ୍ରୁଜ୍ ଟର୍ମିନାଲ, ଯାହାର ବାର୍ଷିକ କ୍ଷମତା ୧ ନିୟୁତ ଯାତ୍ରୀ।ଏହାର ପ୍ରଥମ ଦୁଇଟି ମହଲା ୨୦୭,୦୦୦ ବର୍ଗଫୁଟ ପରିବ୍ୟାପ୍ତ ଏବଂ ୭୨ଟି ଚେକ୍-ଇନ୍ ଏବଂ ଇମିଗ୍ରେସନ୍ କାଉଣ୍ଟର ସହିତ ଅନ୍ୟ ଦୁଇଟି ମହଲା ବାଣିଜ୍ୟିକ ମହଲା ଭାବରେ ବିକଶିତ ହୋଇଛି।ଏହା ୧୧ ମିଟର ଡ୍ରାଫ୍ଟ ଏବଂ ୩୦୦ ମିଟର ପର୍ଯ୍ୟନ୍ତ ଲମ୍ବ ସହିତ ଏକକାଳୀନ ପାଞ୍ଚଟି ଜାହାଜକୁ ପରିଚାଳନା କରିପାରିବ । ପାର୍କିଂ ଲଟ୍ ଏକକାଳୀନ ୩୦୦ରୁ ଅଧିକ ଯାନବାହାନକୁ ସ୍ଥାନ ଦେଇପାରିବ । ଏହାର ଆଧୁନିକ ଡିଜାଇନରେ ନିର୍ମାଣ, ଭବ୍ୟ ପ୍ରବେଶ ଦ୍ୱାର ମୁମ୍ବାଇର ଐତିହ୍ୟରୁ ପ୍ରେରଣା ଦେଇଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜରାଟରେ ‘ମୋଦି ଧୋଲେରା ସ୍ୱତନ୍ତ୍ର ନିବେଶ କ୍ଷେତ୍ରର ଏକ ଆକାଶ ମାର୍ଗ ସର୍ଭେ କରିବେ ଏବଂ ପରେ ଲୋଥାଲରେ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସ ପରିଦର୍ଶନ କରିବେ। ପ୍ରକାଶ ଥାଉକି,ଏହି କ୍ରୁଜ୍ ଟର୍ମିନାଲଟି ମୁମ୍ବାଇ ବନ୍ଦରର ବାଲାର୍ଡ ପିଅରରେ ବିକଶିତ ହୋଇଛି। ବିଦେଶୀ ଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଚେକ୍-ଇନ୍ ଏବଂ ଇମିଗ୍ରେସନ୍ କାଉଣ୍ଟର ସ୍ଥାପନ କରାଯାଇଛି। ରିପୋର୍ଟ ଅନୁଯାୟୀ, ଏହି ଟର୍ମିନାଲରେ ପ୍ରତିଦିନ ପ୍ରାୟ ପାଞ୍ଚଟି କ୍ରୁଜ୍ ଜାହାଜ ପରିଚାଳନା କରିବାର କ୍ଷମତା ରହିଛି।

You might also like