ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା: ବିମାନର ମିଳିଲା ବ୍ଲାକ୍ ବକ୍ସ

ଅଜିତ୍ ପାଓ୍ୱାରଙ୍କ ବିମାନ ଦୁର୍ଘଟଣା ଘଟଣାରେ ଆସିଛି ବଡ଼ ଖବର । ଗୁରୁବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ଜାନୁଆରୀ ୨୮ ତାରିଖରେ ବାରାମତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିବା ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି। ଆଉ ଏହି ଘଟଣାରେ ତଦନ୍ତ ଦ୍ରୁତ ଗତିରେ ଚାଲିଛି।ପୂର୍ବରୁ ଅଧିକାରୀମାନେ ଏକ ବିବୃତ୍ତିରେ କହିଥିଲେ ଯେ ଯଦି ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ୍ ବକ୍ସ ଏବଂ ଫ୍ଲାଇଟ୍ ଡାଟା ଉଦ୍ଧାର କରାଯାଏ ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସେଗୁଡ଼ିକର ଯାଞ୍ଚ କରାଯିବ। ଏବେ ଦିଲ୍ଲୀ-ଭିଏସଆର ଆଭିଏସନ୍ ମାଲିକାନାରେ ଥିବା ଲର୍ଣ୍ଣଜେଟ୍ 45 ବିମାନର ବ୍ଲାକ୍ ବାକ୍ସ ଉଦ୍ଧାର କରାଯାଇଛି।ସୂଚନାଯୋଗ୍ୟ ଯେ, ବୁଧବାର ସକାଳ ୮ଟା ୪୦ ମିନିଟ୍‌ରେ ଏକ ଛାତିଥରା ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ମୁଖ୍ୟ ଅଜିତ ପାୱାରଙ୍କ ପରଲୋକ ଘଟିଛି। ତାଙ୍କୁ ନେଇ ଯାଉଥିବା ଚାର୍ଟାର୍ଡ ବିମାନଟି ବାରାମତି ବିମାନବନ୍ଦରରେ ଦ୍ୱିତୀୟ ଥର ପାଇଁ ଜରୁରିକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବାବେଳେ ବିମାନଟି ଖଣ୍ଡଖଣ୍ଡ ହୋଇ ଜଳି ଯାଇଥିଲା। ପାଵାରଙ୍କ ବ୍ୟତୀତ ଦୁଇ ପାଇଲଟ୍ ଓ ଦୁଇ ସୁରକ୍ଷା କର୍ମୀ (ଜଣେ ପିଏସ୍ଓ ଓ ଜଣେ ଆଟେଣ୍ଡାଣ୍ଟ) ମଧ୍ୟ ପ୍ରାଣ ହରାଇଛନ୍ତି। ପାୱାରଙ୍କ ନିଧନ ସହିତ ମହାରାଷ୍ଟ୍ର ରାଜନୀତିରେ ଆଜି ଏକ ଯୁଗର ଅନ୍ତ ଘଟିଛି ।

You might also like