ବକ୍ସ ଅଫିସରେ ତାନାଜୀ-ଛପାକ୍‍ : କିଏ ମାରିବ ବାଜି?

ଭୁବନେଶ୍ୱର(ରାଜ୍ୟାକାହାଣୀ) : ଏଥର ଫ୍ରାଇଡେରେ ରିଲିଜ୍ ହୋଇଛି ଦୁଇଟି ବାୟୋପିକ୍ ହିନ୍ଦି ସିନେମା ତାହ୍ନାଜି ଏବଂ ଛପାକ୍ । ଟି-ସିରିଜି ବ୍ୟାନର ରେ ନିର୍ମିତ ହୋଇଛି ତାହ୍ନାଜୀ , ଏହି ଚଳଚିତ୍ରଟିର ପ୍ରମୁଖ ଭୂମିକାରେ ଅଜୟ ଦେବଗନ୍, ସୈଫଅଲ୍ଲି ଖାନ୍, କାଜଲ୍, ଜଗପତି ବାବୁ, ଶରଦ କଳକାର ରହିଥବାବେଳେ , ଚଳଚ୍ଚିତ୍ରକୁ ନିଦେ୍ର୍ଧଶନା ଦେଇଛନ୍ତି ଓମ୍ ରାଉତ୍ । ତେବେ ସିନେମାଟିକୁ ଅଧିକ ଦୃଷ୍ଟି ଆକର୍ଷଣ କରିବା ପାଇଁ ଥ୍ରିଡ ଭାବେ ସିନେମାଟିକୁ ରିଲିିିଜ୍ କରାଯାଇଛି ।
ସେହିପରି ଅନ୍ୟପଟେ ରିଲିଜ୍ ହୋଇଛି ସିନେମା ଛପାକ ,ତେବେ ସିନେମାଟି ଏସିଡ୍ ପିଡୀତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ପର୍ଯ୍ୟବେସିିତ । ସିନେମାଟିରେ ପ୍ରମୁଖ ଭୂିମିକାରେ ଦୀପିକା ପାଦୁଗନଙ୍କ ସହ ପ୍ରମୁଖ ଭୂମିକାରେ ବିକ୍ରାନ୍ତ ମାସେ ଅଭିନୟ କରିଛନ୍ତି । ସିନେମାଟିକୁ ନେଇ ଦୀପିକା ଚର୍ଚ୍ଚାରେ ଥିବାକଥା ଜଣା ପଡିଛି । ତେବେ ଦୁଇଟି ସିନେମାକୁ ନେଇ ବକ୍ସ ଅଫିସ୍ ରେ କଡା ଟକ୍କର ଦେଖିବାକୁ ମିଳିଛି ।

Leave A Reply

Your email address will not be published.