ଫିଲ୍ମ “ମଲଙ୍ଗ”ର ନୂଆ ପୋଷ୍ଟର ରିଲିଜ, ପୋଷ୍ଟ ହେଉ ହେଉ ଭାଇରାଲ

ମୁମ୍ବାଇ(ରାଜ୍ୟ କାହାଣୀ) ରିଲିଜ ହେଲା ଫିଲ୍ମ “ମଲଙ୍ଗ”ର ନୂଆ ପୋଷ୍ଟର । ପୋଷ୍ଟର ରିଲିଜ୍ ହେଉ ହେଉ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟରରେ ଆଦିତ୍ୟ ଓ ଦିଶା କିସ୍ କରୁଛନ୍ତି।

ଫଟୋରେ ଉଭୟଙ୍କର ସିଜଲିଂ କେମିଷ୍ଟ୍ରି ଦର୍ଶକ ବହୁତ କରୁଛନ୍ତି। ଗତ ପୋଷ୍ଟରରେ ଆଦିତ୍ୟଙ୍କର ସିକ୍ସ୍ ପ୍ୟାକ୍ ଓ ଦିଶାଙ୍କ ଗ୍ଲାମରସ୍ ଲୁକ୍ ନଜର ଆସିଥିଲା। ଏହା ଅନେକ ଦର୍ଶକ ପସନ୍ଦ କରିଥିଲେ। ଏବେ ନୂଆ ପୋଷ୍ଟରକୁ ଅଧିକ ଲାଇକ୍ ଓ କମେଣ୍ଟ ମିଳୁଛି। ଫିଲ୍ମ ପାଇଁ ଅଭିନେତା ଓ ଅଭିନେତ୍ରୀ ବହୁତ ପରିଶ୍ରମ କରିଛନ୍ତି। ଦିଶା ଏବଂ ଆଦିତ୍ୟଙ୍କୁ ଅଣ୍ଡର ୟାଓ୍ଵାଟର କିସିଂଗ ସିନ୍ କୁ ନେଇ ଟ୍ରେନିଂ ଦିଆଯାଇଛି।

ଫିଲ୍ମ ସୁଟିଂ ସମୟର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫିଲ୍ମରେ ଅଭିନେତା ଅନିଲ କପୁର, ଆଦିତ୍ୟ ରୟ କପୁର, ଦିଶା ପଟ୍ଟାନୀ, କୁନାଲ ଖେମୁ ମଧ୍ୟ ନଜର ଆସିବେ।

Leave A Reply

Your email address will not be published.