ବଢୁଛି ଗୋଲାପର ଚାହିଦା

ଭୁବନେଶ୍ୱର(ରାଜ୍ୟ କାହାଣୀ) ଆଉ ଦିନକ ପରେ ବିଦାୟ ନେବ ୨୦୧୯ । ୨୦୨୦କୁ ସ୍ୱାଗତ କରିବା ପାଇଁ ବୈବସାୟୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । କିଏ ଜିରୋ ନାଇଟ ପାଇଁ ତ କିଏ ଭୋଜି ପାଇଁ ପ୍ରସ୍ତୁତି କରିବାରେ ଲାଗିଛନ୍ତି ।
ହେଲେ ନୂଆବର୍ଷକୁ ସ୍ୱାଗତ କରିବାର ସବୁଠାରୁ ନିଆରା ଓ ସୁନ୍ଦର ମାଧ୍ୟମ ହେଲେ ଫୁଲ । ଫୁଲ ଦେଇ ମଣିଷ ମନକୁ ସହଜରେ ଖୁସି କରିହୋଇଥାଏ । ସେଥିପାଇଁ ଫୁଲର ଚାହିଦା ଢେର ବଢିଯାଏ । ସେଥିପାଇଁ ରାଜଧାନୀର ଫୁଲ ଦୋକାନୀ ବେଙ୍ଗାଲୁର ,କଲିକତା,ପୁନେ ଓ ହାଇଦ୍ରାବାଦ ଆଦି ସ୍ଥାନରୁ ଫୁଲ ମଗାଇଛନ୍ତି ।

ଦୋକାନୀଙ୍କ କହିବ ଅନୁସାରେ ଲୋକଙ୍କ ଚାହିଦା ଅଧିକ ଗୋଲାପ ଫୁଲ ଉପରେ । ହଳଦୀ,ଧଳା,ଗୋଲାପୀ,ଲାଲ,ନୀଳ ରଙ୍ଗର ଗୋଲାପକୁ ଲୋକେ ବହୁତ ପରିମାଣରେ ଖୋଜୁଛନ୍ତି । ସେଥିପାଇଁ ଗୋଲାପର ଦାମ ମଧ୍ୟ ବଢିଥାଏ । ଗୋଟିଏ ଗୋଲାପ ୧୫ ଟଙ୍କାରୁ ଆରମ୍ଭ ହୋଇଥାଏ । ଯାହା ସାଧାରଣ ଦିନରେ ୫ଟଙ୍କାରେ ବିକି୍ର ହୋଇଥାଏ । ଅନେକ ଲୋକ ଗୋଲାପ ଫୁଲତୋଡା ମଧ୍ୟ ନେଇଥାନ୍ତି । ତେବେ ନୁଆବର୍ଷରେ ଅଧିକ ବେପାର ପାଇଁ ଆଶା ରହିଛନ୍ତି ଦୋକନୀ ।

Leave A Reply

Your email address will not be published.