ନିଜ ପ୍ରିୟଜନଙ୍କୁ ଏହି ସବୁ ଉପହାର ଦେଲେ ବଢ଼ିବ ଧନ

ଯଦି କୌଣସି ଖାସ ଉତ୍ସବରେ କାହାକୁ କିଛି ଉପହାର ଭାବେ ଦିଆଯାଏ ଏହାକୁ ଖୁବ ଶୁଭ ମଧ୍ୟ ଧରାଯାଏ । କୁହାଯାଏ କି ଏହାଦ୍ୱାରା ମଣିଷର ଖରାପ ସମୟ ମଧ୍ୟ କଟିବା ସହ ଭଲ ସମୟ ଆରମ୍ଭ ହୋଇଥାଏ ।

ବାସ୍ତୁଶାସ୍ତ୍ର ଅନୁଯାୟୀ ମାଟିରେ ତିଆରି ହୋଇଥିବା କୌଣସି ଶୋ ପିସ ଗିଫ୍ଟ ଦେବା ବା ପାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ବିଶ୍ୱାସ କରାଯାଏ କି ଏହା ଦ୍ୱାରା କୌଣସି ଠାରେ ଅଟକି ଥିବା ଧନ ଶୀଘ୍ର ମିଳିଥାଏ ।

ଦୋମୁଁହା ଗଣେଶଙ୍କ ମୂର୍ତ୍ତି ବା ଦୋମୁଁହା ଗଣେଶଙ୍କ ଚିତ୍ର ଥିବା ଫଟୋ ଉପହାର ଦେବା ବହୁତ ଶୁଭ ହୋଇଥାଏ ।

କୌଣସି ଶୁଭ ଅବସରରେ ହାଥୀ ବା ଯୋଡ଼ା ହାତୀ ଉପହାର ଦେବା ବହୁତ ଶୁଭକର ହୋଇଥାଏ ।

ନିଜ ପ୍ରିୟଜନଙ୍କୁ ପୋଷାକ ଉପହାର ଦେବା ମଧ୍ୟ ଖୁବ ଭଲ ହୋଇଥାଏ । ଏହାଦ୍ୱାରା ମଧ୍ୟ ଦୁର୍ଭାଗ୍ୟ ସମୟ ସରି ଶୁଭଫଳ ପ୍ରାପ୍ତି ହେଉଥିବା ବିଶ୍ୱାସ କରାଯାଏ ।

ଫେଙ୍ଗସୁଈ ଅନୁଯାୟୀ ସାତଟି ଘୋଡା ଥିବା ଫଟୋ ଦେବାକୁ ଅତ୍ୟନ୍ତ ଶୁଭ ମନେ କରାଯାଇଥାଏ । ଏହା ସାହାଯ୍ୟରେ ଆୟ ବଢ଼ୁଥିବାର ମଧ୍ୟ ବିଶ୍ୱାସ କରାଯାଏ ।

Leave A Reply

Your email address will not be published.