ପୁରୁଷଙ୍କ ଠାରୁ ମହିଳାମାନେ ଅଧିକ ସ୍ମୋକିଙ୍ଗ୍‌ କରିଥାନ୍ତି

ଓ୍ଵାଲ୍ଡ ହେଲଥ ଅରଗାନାଇଜେସନ୍‌ (WHO)ପକ୍ଷରୁ ଏକ ରିପୋର୍ଟ ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରାଇ ଦେଇଛି । ରିପୋର୍ଟ ଅନୁସାରେ ପୁରୁଷଙ୍କ ଠାରୁ ଏବେ ମହିଳା ସ୍ମୋକିଙ୍ଗ କ୍ଷେତ୍ରରେ ବେଶ୍‌ ଆଗରେ ଅଛନ୍ତି । ଏହି ତାଜା ରିପୋର୍ଟ ଅନୁସାରେ ପୁରୁଷଙ୍କଠାରୁ ମହିଳାମାନେ ଏବେ ଅଧିକ ପରିମାଣରେ ସିଗାରେଟ୍‌ ଟାଣୁଛନ୍ତି ।

WHOର ମହାନିର୍ଦ୍ଦେଶକ କହିଛନ୍ତି କି, ଗତ ଦଶକରେ ସେମାନେ ଦେଖି ଆସିଥିଲେ କି ପୁରୁଷ ମାନଙ୍କ ସଂଖ୍ୟା ସ୍ମୋକିଙ୍ଗ ମାମଲାରେ ବେଶ୍‌ ବଢିବାରେ ଲାଗିଥିଲା । କିନ୍ତୁ ଏହା ପ୍ରଥମ ଥର ଯେତେବେଳେ କି ବିଭିନ୍ନ ଦେଶ ମାନଙ୍କଠାରୁ ଏକାଠି କରାଯାଇଥିବା ସଂଖ୍ୟାରୁ ଜଣାପଡିଛି କି ମହିଳାମାନେ ପୁରୁଷଙ୍କ ଠାରୁ ଅଧିକ ସ୍କୋକିଙ୍ଗ କରୁଛନ୍ତି । ତେବେ ଭାତରେ ମଧ୍ୟ ଗ୍ଳୋବାଲ୍‌ ଆଡଲ୍ଟ ଟବାକୋ ସର୍ଭେରେ ଲଗାତାର କୁହାଯାଉଛି କି ତବାକୁ ଏବଂ ସ୍କୋକିଙ୍ଗ ମାମଲାରେ ମହିଳାମାନେ ପୁରୁଷଙ୍କର ଖୁବ୍‌ ନିକଟତର ହେବାକୁ ଲାଗିଲେଣି ।

Leave A Reply

Your email address will not be published.